ନାଗରିକତା ସଂଶୋଧନ ଆଇନ୍ ୨୦୧୯

୧. ନାଗରିକତା ସଂଶୋଧନ ଆଇନ୍ କ’ଣ ?

ଏହା ଗୋଟେ ଆଇନ୍ ଯାହା ହିନ୍ଦୁ, ବୌଦ୍ଧ, ସିଖ, ଜୈନ, ପାର୍ସି ଓ ଖ୍ରୀସ୍ଟିଆନ୍ ସରଣାର୍ଥୀ ଯୋଉମାନେ ଆଫଗାନିସ୍ତାନ, ବାଙ୍ଗଳାଦେଶ, ଏବଂ ପାକିସ୍ଥାନରୁ ଭାରତକୁ ଆସିଛନ୍ତି ୨୦୧୪ ପୁର୍ବରୁ, ସେମାନଂକୁ ନାଗରିକତ୍ବ ମିଳିବ। 

୨. ନାଗରିକତା ବିଲ୍ ୨୦୧୯ ଆଇନରେ ପରିବର୍ତନ ହୋଇ ସାରିଛି କି ?

ହଁ, ଏହି ବିଲ୍ ରାଷ୍ଟ୍ରପତିଂକ ଅନୁମତି ଅନୁସାରେ ଆଇନରେ ପରିବର୍ତ୍ତନ ହୋଇସାରିଛି। 

୩. ଏହି ଆଇନ୍ ସମ୍ବିଧାନକୁ ଉଲଂଘନ କରେକି?

ହଁ, ଏହି ଆଇନ୍ ସମ୍ବିଧାନ ବିରୋଧି ଅଟେ। ଏହା ସମ୍ବଧାନ୍ ର ମୁଲଭୁତ ଅଧିକାର ତଥା ସମାନତାର ଅଧିକାର (ଧାରା  ୧୪), ସମାନ ଜୀବନ ଜିଂଈବାର ଅଧିକାର (ଧାର ୨୧) ବିରୋଧି ଅଟେ, ଭେଦଭାବ ବିରୋଧି (Non-Discrimination) (ଧାରା ୧୫ ) ଏବଂ ସମ୍ବିଧାନ୍ ର ଧର୍ମନିରପେକ୍ଷ ଲକ୍ଷଣକୁ ବିରୋଧ ତଥା ଉଲଂଘନ କରେ।

୪. କ’ଣ ନାଗରିକତା ଆଇନକୁ void(ବାତିଲ୍/ଖାରିଜ୍) କରାଯାଇ ପାରିବ? 

ହଁ, ଏହାକୁ void କରାଯାଇପାରେ । ଧାରା ୧୩ (୨) ଅନୁସାରେ, ଯେହେତୁ ଏହି କାନୁନ୍ ମୁଲଭୁତ ଅଧିକାରକୁ ଉଲଂଘନ କରୁଛି, ସେଇଥିପାଇଁ କୋର୍ଟ୍ ଏହି ଆଇନକୁ ସମ୍ବିଧାନ୍ ବିରୋଧି (Ultra Virus) ଘୋସିତ କରିପାରେ।

୫. ଏହି ଆଇନ୍ ମୁସଲମାନ ସମୁଦାୟକୁ କାହିଂକି ବାହାର୍ କଲା?

ଗୃହ ମନ୍ତ୍ରୀ ଅମିତ୍ ସାହାଙ୍କ ଅନୁସାରେ, ଯେହେତୁ ମୁସଲମାନ୍ ମାନେ ଆଫଗାନିସ୍ତାନ୍, ବାଂଲାଦେଶ, ଓ ପାକିସ୍ତାନରେ ସଂଖ୍ୟା ଲଘୁ ସେଥିପାଇଁ ଧର୍ମ ନା ରେ ସେମାନଂକ ଉପରେ ଅତ୍ୟାଚାର ହୁଏନାହି । ଏହି କାରଣରୁ ମୁସଲମାନ୍ ମାନଙ୍କୁ ଏହି ଆଇନ ରୁ ବାହାର୍ କରିଛି।

୬. କ’ଣ ଅମିତ୍ ସାହାର କଥା ସତ୍ୟ?

ନା, ବହୁତ୍ ସାରା ଏମିତି ସମୁଦାୟ ଅଛନ୍ତି ଯୋଉମାନେ ମୁସଲମାନ ଭିତରେ ଧାର୍ମିକ ହିଂସାର ସିକାର ଏହି ତିନି ଦେଶରେ ହୁଅନ୍ତି । ଉଦାହରଣ ସ୍ବରୁପ ଅହମଦିୟା ପାକିସ୍ତାନରେ ଏବଂ ବଲୁଚି ବଲୁଚିସ୍ତାନରେ ଧାର୍ମିକ ହିଂସା ର ସିକାର୍ ଅଟନ୍ତି। 

୭. ଆଉ କୋଉ ସମୁଦାୟକୁ ଏହି ଆଇନ୍ ବାରଣ କରେ?

ବୌଦ୍ଧ ଦେଶ ମିୟାମାର୍ ରେ ରୋହିଁଗିଆ ମୁସଲମାନ୍ ମାନଂକ ଉପରେ ହିଂସା ଓ ଅତ୍ୟାଚାର୍ ହୁଏ, ସେଥିପାଇଁ ଏହି ସମୁଦାୟ ପଳାୟନ କରିଛି ମିୟାମାର ରୁ, ଏହି ସମୁଦାୟକୁ ମଧ୍ୟ ନାଗରିକତ ମିଳିବ ନାହିଁ।  ଶ୍ରୀଲଂକା ର ତାମିଲ୍ (ହିନ୍ଦୁ/ମୁସଲମାନ୍, ବୌଦ୍ଧ), ପାକିସ୍ଥାନର ଅହମଦିୟା ଏବଂ ଚିନ୍ ର ଉଇଘର ସମୁଦାୟ ମଧ୍ୟ ଏହି ଆଇନ୍ ଅନୁସାରେ ନାଗରିକତ୍ବ ପାଇପାରିବେ ନି।

୮. ଯୋଉ  ମୁସଲମାନ୍ ମାନେ ଭାରତରେ ଅଛନ୍ତି ତାଙ୍କ ଉପରେ ଏହି ଆଇନର ପ୍ରଭାବ୍ କ’ଣ?

ଯେହେତୁ ଏହି ଆଇନ୍ ସରଣାର୍ଥୀଙ୍କୁ ନାଗରିକତ୍ବ ଦବ, ଭାରତୀୟ ମୁସଲମାନ୍  ଏଥିପାଇଁ ଡର ଯେ NRC ଦ୍ବାରା ସେମାନଂକୁ ବାହାର୍ କରାଯାଇ ପାରେ। ଏହି ଆଇନ୍ ଯଦି ଠିକ୍ ହିସାବରେ ଲାଗୁ ନ ହେଲେ ସେମାନେ ନାଗରିକତ୍ବ ରୁ ବାହାର ହେବେ।

୯. ଯୋଉ ମୁସଲମାନ୍ ମାନେ ଭାରତକୁ ଆସିଛନ୍ତି ସେମାନଙ୍କ ଉପରେ କ’ଣ ପ୍ରଭାବ୍ ହବ?

ପ୍ରତ୍ୟୋକ ମୁସଲମାନ୍ ଯୋଉମନେ ଭି ନାଗରିକତ୍ବ   Naturalisation ଦ୍ବାରା ହାସଲ୍ କରିବେ, ସେମାନଂକୁ ନାଗରିକତ୍ବ ମିଳିପାରିବ ନି, ଯେ ପ୍ରକାରରେ ହିନ୍ଦୁ ମାନଙ୍କୁ ମିଳିବ।

୧୦. ଏହି ନାଗରିକତା ହାସଲ୍ ପାଇଁ ତାରିଖ କାହିଁକି ୩୧ ଡ଼ିସେମ୍ବର ୨୦୧୪ ରଖାଯାଇଛି?

ଏହି ବିଷୟକୁ ନେଇକି ସରକାର୍ ତରଫରୁ କୌଣସି କାରଣ ଦର୍ଶା ଯାଇନି।

୧୧. କ’ଣ ଏହି ଆଇନ୍ ଖାଲି persecuted minorities ମାନଙ୍କ ପାଇଁ?

ଏହି ଆଇନ୍ ଏହି ଶବ୍ଦକୁ ସିଧା ସିଧା ଲେଖିନୀ । ଏହାର ଅର୍ଥ ସବୁ ସରଣାର୍ଥୀଙ୍କୁ ନାଗରିକତା ମିଳିବ, ମୁସଲମାନ ମାନଙ୍କୁ ଛାଡିକୀ ।

୧୨. ଯୋଉମାନେ ନାଗରିକତା ଦାବି କରିପାରିବେନି ସେମାନେ କ’ଣ କରିବେ?

ଏହି ଆଇନ୍ ସେମାନାଙ୍କ ବିଷୟରେ କିଛି କହେନୀ । ହେଲେ ଆସାମ ରାଜ୍ୟ ଅନୁସାରେ ସେମାନଙ୍କୁ detention camp ରେ ପୁରାଇ ଦିଆଯିବ। ଯାହାର ତିଆରି Maharashtra, Karnataka ଓ West Bengal ରେ ଚାଲିଛି ।

୧୩. କ’ଣ ଏହି ସଂଶୋଧନ ଆଇନ୍  ତତ୍କାଳୀନ ଅର୍ଥାତ ବହୁତ୍ ଶିଘ୍ର ନେଇଥିବା ପଦକ୍ଷେପ?

ନା, ୨୦୧୫ ରୁ ପାସପୋର୍ଟ୍ ନିୟମ ଏବଂ Foreigner Act ଅନୁସାରେ କିଛି ପରିବର୍ତ୍ତନ ହୋଇଛି। BJP ନିର୍ବାଚନ ଇସ୍ତିହାର୍ (manifesto) ୨୦୧୪ ଓ ୨୦୧୯ ରେ ଏ ବିଷୟରେ ଚର୍ଚା କରିଥିଲା ।

୧୪. କୋଉ ଜାଗାରେ ଏହି ଆଇନ୍ ଲାଗିବ ନି ?

ଏହି ଆଇନ Assam, Meghalaya, Mizoram,Tripura ଓ Purbanchal ର ଆଦିବାସୀ ଇଲାକାରେ ଲାଗୁ ହବନୀ ।

୧୫. Repatrion Treaty କ’ଣ ?

ଏହା ଗୋଟିଏ ପ୍ରକ୍ରିୟା ଯାହା ଦ୍ବାରା ଯୋଉମାନେ ବିଦେଶରୁ ଭାରତକୁ ଆସିଛନ୍ତି ଅଥବା ଭାରତରୁ ବିଦେଶକୁ ଯାଇଛନ୍ତି ସେମାନଙ୍କୁ ନିଜ ନିଜ ଜାଗାକୁ ଫେରେଇବା । 

୧୫. କ’ଣ ଭାରତ ଏହି Treaty ବାଙ୍ଗଳାଦେଶ, ଆଫଗାନିସ୍ଥାନ, ପାକିସ୍ଥାନ୍ ସହିତ କରିଛି?

ନା, ଭାରତ କୌଣସୀ treaty ଏହି ଦେଶ ମାନଙ୍କ ସହିତ କରିନି । ଏହାର ଅର୍ଥ ଭାରତ କୌଣସୀ ମୁସଲମାନଙ୍କୁ ନିଜ ଦେଶ ପଠାଇବନି।

୧୭. ନାଗରିକତା ଆଇନ୍ ୧୯୫୫ ଅନୁସାରେ illegal migrant କିଏ?

ଏହି ଆଇନ୍ ଅନୁସାରେ ଯୋଉ ବ୍ୟକ୍ତି ଭାରତକୁ ବିନା ପାସପୋର୍ଟ୍ ରେ ଆସିଛି ସେମାନେ ହେଲେ illegal migrant ।

୧୮. ନାଗରିକତା ସଂଶୋଧନ ଆଇନ୍ କ’ଣ କହେ illegal migrant ବିଷୟରେ?

ଏହି ଆଇନ୍ ଅନୁସାରେ ଯେତେବୀ illegal migrant ଛଅଟି ସମୁଦାୟର ଅଛନ୍ତି ଏବଂ ବାଂଲାଦେଶ, ଆଫଗାନିସ୍ଥାନ ଏବଂ ପକିସ୍ଥାନର ଅଛନ୍ତି ସେମାନଙ୍କୁ illegal ଭାବରେ ଦେଖାଯିବ ନାହି ଏବଂ ନଗରକତ୍ବ ଦିଆଯିବ। 

୧୯. ଏହାର ଅର୍ଥ କ’ଣ ଖାଲି ମୁସଲମାନଙ୍କୁ ହିଁ illegal ଘୋଷିତ କରାଯିବ?

ହଁ, ଏହି ଆଇନ୍ ଅନୁସାରେ ଯୋଉ ମୁସଲମାନ୍ ସମୁଦାୟ ବାହାରୁ ଭାରତରେ ବସତି ସ୍ଥାପନ କରିଛନ୍ତି ସେମାନଙ୍କୁ illegal ଘୋସିତ କରାଯିବ ।

୨୦. ଏହି ଆଇନ୍  ଅନୁସାରେ ନାଗରିକତ୍ବ କେମିତି ଦିଆଯିବ?

ଯୋଉ ଛଅଟି ସମୁଦାୟ ଭାରତରେ ପାଞ୍ଚ ବର୍ଷରୁ ରହିଥିଲେ ନାଗରିକତ୍ବ ମିଲିବ, ଯାହା ଆଗରୁ ୧୧ ବର୍ଷ ପର୍ଯ୍ୟନ୍ତ ଥିଲା।