ଡାନ୍ଣି ମୁଡ୍ସିଆ ଲମିଛେ ଯେନ୍
ଏନ୍.ଏଚ୍ କଲା ମିଚ୍ ମିଚିଆ
ଇତାର୍ ତରାଥି କାହାର୍ ଇ ବଡ୍ ବଡ୍ ମକାନ୍,
ଇ ମକାନ୍ କେ ବନାବାର୍ ଲାଗି
କିଏ ବୁହିଥିଲା ଚଟାନ୍ ।
ତଲୁ ଉପର୍କେ ଦେଖ୍ବାର୍ କେ
ମୁଡ୍ ଟେକ୍ବାର୍ କେ ପଡ୍ସି,
ଆର୍ ହେ ଡ୍ରେନ୍ ତରାର୍ କୁରିଆ ଘରେ
କିଏ ଲିପୁଛେ ଖର୍ସି।
ସହର୍ ତ ଗୁଟେ ଆଏ
ଭିନ୍ ଭିନ୍ କାଏ ଯେ ଘର୍,
କାହାର୍ ଦିହେ ନାଇଁନ କନା
କାହାର୍ ଦିହେ ଲାଗିଛେ ପର୍।
ଇ ବଡ୍ ପରସ୍ତିଆ ଘର୍ ମାନେ
ଆବ୍ରି ଧରିଛନ୍ ଏନ୍. ଏଚ୍ ତରାର୍ ଯାଗା,
କିଏ କିଏ ଆଏ ଇ ମକାନ୍ ର ମାଲିକ୍
ଯେନ୍ ନେମ୍ ପଲେଟ୍ ଦେଖ୍ବ
ନାଞ୍ର୍ ପଛେ ମିଶ୍ର, ମହାପାତ୍ର
ଆର୍ ଅଗର୍ବାଲ ହେଇଛେ ଲଗା।
ଘରର୍ ଆଗ୍ ଆଡେ, ଲାଗିଥିସିନ ଗୁଟେ ବଗ୍ଚା
କିଏ ଦେସି ଇ ଗଛେ ଖୁଟେ ପାଏନ୍,
କେତେ ଟଙ୍କା ତାର୍ କବାରର୍ ଦାମ୍
ଆର୍ କେତେ ଟଙ୍କାରେ ଘିନି ନେସନ୍ ମକାନ୍ ମାଲିକ୍
ତାର୍ ମହତ୍ ମାଏନ୍।
ଗନ୍ଧଲା, ଛୁଚ୍ଲା ପାଏନ୍ ଯିବା ଲାଗି
ମକାନ୍ ତରୁ ବାହାରିଛେ ଗୁଟେ ପୁଲିଆ
ଗଦେଇ ଦେସନ୍ ଏନ୍ ଏଚ୍ ତରାରେ ସବୁ ଯଗ୍ଡା କେଚ୍ଡା।
ହେ ସୁତ୍ରେ ଏକା ଯାଇଛେ ଗୁଟେ ଡ୍ରେନ୍
କୁରିଆ ବଖ୍ରେ ତରେ ତରେ ଥିଲା ଯେ
ମୁନ୍ସିପାଲ୍ଟି ଖସ୍ରୈ ଦେଲା
ଲଗେଇକରି କ୍ରେନ୍।
ଇ ଡ୍ରେନ୍ ର ଗନ୍ଧଲା ପାଏନ୍
ଆନ୍ଠେ କାଦୋ ଆର୍ ସନ୍ସାରର୍ ଯଗ୍ଡା
କିଏ କର୍ସି ସଫା,
ନାକ୍ ଟେକି କରି ଚାଲ୍ଲା ସଜ୍ଜନ
କେଭେ ଧରିଛ କାଏ ରଫା?
ଏନ୍ ଏଚ୍ ପରେ ଟିକେ କର୍ବେ ଚୌଡା
ହେତିର୍ ଲାଗି ହେଲା ଲୁକର୍ ଗହଡା ।
ପଲେଇଗଲେ
ଏନ୍ ଏଚ୍ ତରାର୍ ଯାଗା ଛାଡି
ହେଲେ ଇ ମକାନ୍ ଅଟଲ୍ ଅମର୍
ନେମ୍ ପଲେଟ୍ ସାନ୍ଗେ
ଏନ୍.ଏଚ୍ ତରାନ
ଛାତି ତାଡି
ଜାଗା ମାଡି।।।
-ମମତା ସାହୁ
(ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ)
ହାଇଦ୍ରାବାଦ ବିଶ୍ବ ବିଦ୍ୟାଳୟ