ପୀଡିତା କୁହେ
ସୁନ୍-ସାନ୍ ଥିଲା ବାଟରେ,
ଯାଉଥିଲି ମୁଁ ପୋଖରୀ ତୁଠକୁ ପାହାନ୍ତିଆ ସମୟରେ
ଭାବିନଥିଲି ଜୀବନ ହାରିବି ଅକାଳରେ ||

କିଏ ଜାଣେ
କାହାର ଥିଲେ ସେମାନେ ପୁଅ, ସ୍ୱାମୀ କି ଭାଇ
ହଠାତ ଆସିଲେ ମୋ ପଟେ ଧାଇଁ ||

ଛଟ୍-ପଟ୍ ହୋଇ ଚିତ୍କାର କରିଲି
କେତେ ଯେ କରିଲି ଗୁହାରି
ଘରେ ତ ଥିବେ ନିହାତି ତୁମ ମାଆ, ଭଉଣୀ, ଆଉ ଝିଆରୀ
ସମ୍ପର୍କରେ ମୁଁ କିଛି ନ ହେଲେ ବି,
ଛାଡି ଦିଅ ମୋତେ ଭାଈ, ମୁଁ ପାରୁନି ଆଉ ସହି
ଟିକେ ଯେ ଦୟା ନ କଲେ, ଛିନ୍-ଭିନ୍ କାଟି ମାରି ଦେଇ ।
ନଦୀ ଘାଟରେ ଦେଲେ ଫୋପାଡ଼ି |

କିଛି କ୍ଷଣ ପରେ
ମୃତ ତନୁକୁ ଗାଁ ଲୋକ ଦେଖି , ପୋଲିସ୍ କୁ ଦେଲେ ସୂଚେଇ |

ଚକ୍ଷୁରେ ତାଙ୍କ ଝଳସୁ ଥିଲା ମୋ ପ୍ରତି ବେଦନା,
କହୁଥିଲେ
“କିଏ ଏ ହତ ଭାଗିନୀ?
କାହା ଘର ର କନ୍ୟା ?”

ବାପା, ଭାଇ ମୋହର ଯାଇଥିଲେ ସନ୍ଧାନରେ
ଶୁଣିକି ଏକଥା,
ଲେଉଟି ମାଆ କୁ ମୋହର ନେଇ ଗଲେ ସେଇ ସ୍ଥାନ କୁ,
ଯୋଉଠି ହୋଇଥିଲା ନିର୍ମମ ଭାବେ ମୋହରୀ ହତ୍ୟା ||

ବାପା ମୋତେ ଦେଖି କାନ୍ଦିଲେ
ଭାଇକୁ ଭିଡି କହିଲେ
“ଜନମ ହଉ ହଉ ଝିଅ ଟିଏ ହେଲା ଜାଣି ଦେଇଥାନ୍ତି କି ତୋ ଭଉଣୀ କୁ ମାରି,
ଅବିର-କାପୂରୁଷ ମାନେ ମୋ ଦଶମ ଶ୍ରେଣୀ ଝିଅକୁ
ଯନ୍ତ୍ରଣାରେ ଜର୍ଜରିତ, କ୍ଷତ ବୀକ୍ଷତ କରି ଜିଅନ୍ତା ଦେଲେ ଜାଳି “||

ମାଆ କହିଲା
“ପଥର କୁ ବୋଧେ ବିଶ୍ୱାସ କରି,
ଈଶ୍ୱର ମାନି ଚଲୁଥିଲି
ମୋ ବିଶ୍ୱାସ ରେ ବିଷ ଦେଇ,
ଏ ଅନ୍ୟାୟ କୁ କେମିତି ଦେଖିପାରିଲେ, ତେତିଶି କୋଟି ଦେବା, ଦେବୀ
ଛାତିରେ ତାଙ୍କର ପଥର ରଖି
ଏ ଦୁର୍ଦ୍ଦଶା ଦେଖାଇବା ପୂର୍ବରୁ
ପ୍ରାଣକୁ ମୋହର ଆଗରୁ ନେଇଥାନ୍ତେ କି ଛଡ଼େଇ ” ||

ସପନ ଥିଲା ମୋହର
ଯେବେ ହେବି ମୁଁ କଳ୍ପନା ଚ଼ାବ୍ଲା ପରି ବୈଜ୍ଞାନିକ
ଛବି ମୋହର ଖବର କାଗଜରେ ଦେଖି ,
ଉତ୍ସାହିତ ହେବ ମୋ ଘର, ଜିଲ୍ଲା, ରାଜ୍ୟ ର ଲୋକ
ଦୁର୍ଭାଗ୍ୟ ରେ ସମସ୍ତ ଗଣମାଧ୍ୟମ,
ନୟନକୁ ଦୃଶ୍ୟମାନ ହଉନଥିବା
ମୋ କାହାଣୀ କୁ କରିଥିଲା ପ୍ରକାଶିତ ||

ଅପରାଧୀ କୁ ଦେବା ପାଇଁ ଶାସ୍ତି,
କିଛି ଦିନ କିଛି ମାଶ ଲଢ଼ିଲେ ସମସ୍ତେ
ଆଖିରୁ ନିଦ୍ରା ହଜେଇ
ଅବହେଳିତ ପ୍ରଶାସନ ଓ ଅସଂତୁଳ ନ୍ୟାୟ ବ୍ୟବସ୍ଥା ଯୋଗୁଁ
ଖୋଲା ଆକାଶ ରେ ଏବେ ବି ବୁଲୁଛନ୍ତି ମୋହର ଅପରାଧୀ ||

ନିର୍ଭୟା ଭଉଣୀ କୁ ନ୍ୟାୟ ମିଳିବାର ଉପରୁ ଦେଖି,
ସ୍ନେହଲତା ଆଖିରୁ ଝରେ ମୋତି
ଝିଅ ମୁଁ ଦଳିତ ଆଦିବାସୀ ।
ମିଳିବ ଯେବେ ମୋ ଦୋଷୀ କୁ ଫାଶୀ,
ସେଦିନ ହିଁ ହୋଇପାରିବି ଶାନ୍ତି , ତହିଁ ମୋର ମୁକ୍ତି ||

ଫଟୋ:- ହିନ୍ଦୁସ୍ତାନ ଟାଇମସ୍

  • ଭାରତୀ ମଙ୍ଗରାଜ, ଗବେଷିକା, ଗଣିତ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ