ସମୃଦ୍ଧ ସମାଜ ଗଠନର
ଲକ୍ଷ୍ୟ ନେଇ
ସାଜ ତୁମେ ଜାଗ୍ରତ ପ୍ରହରୀ ,
ହକ ଅଧିକାର ଉନ୍ନତି ପ୍ରଗତି
ପାଇଁ ଉଠାଅ କ୍ରାନ୍ତିର ସ୍ୱର ।।
ଧନ ମନ ଜ୍ଞାନ ଯଉବନ
ସମାଜ ହିତ ପାଇଁ
କର ସମର୍ପଣ,
ପ୍ରତ୍ୟେକ୍ଷ ଭାବରେ ରହୁ
ତୁମ ଅଂଶୀଦାର ।।
ଯଦି ଜାଳି ନ ପାରୁଛ
ସଂଗ୍ରାମର ବହ୍ନି,
ହାତରେ ଧର ଲେଖନୀ
ରୂପୀ ତତବାରୀ ।।
ସମାଜ ହିତେ ବାଣ୍ଟିଚାଳ
ଜ୍ଞାନର ଆଲୋକ
ଅଜ୍ଞାନ ରୂପୀ ତାମସାକୁ
କର ଦୁରୀଭୂତ
ଅନ୍ଧଶ୍ରଦ୍ଧା ପାଖଣ୍ଡତାକୁ ଦିଅ ମାରି ।।
ଯଦି ନ ପାରୁଛ ଲେଖି
ହୃଦେ ନାହିଁ ଯଦି ତୁମ ସୃଜନଶୀଳତା ।।
ସୁପ୍ତ ସମାଜକୁ ଜାଗ୍ରତ କରିବାର
ଗୁରୁଦାୟିତ୍ୱ କର ହେ ବହନ
ପ୍ରତି ଜନମାନସରେ ଭରିଦିଅ
ସଚେତନତାର ବାର୍ତ୍ତା ।।
ଯଦି ନ ଦେଇ ପାରୁଛ
ସଚେତନର ବାର୍ତ୍ତା,
ନ କରି ପାରୁଛ ସମାଜ ହିତ
ପାଇଁ ପଦେ ଉଚ୍ଚାରଣ ।।
ଖୋଲା ହୃଦୟରେ ତା
ହାତରେ ମିଶାଅ ହାତ
ଯିଏ ସମାଜ ହିତ ପାଇଁ
ସମର୍ପି ଦେଇଛି ତା ମନ ପ୍ରାଣ ।।
ଯଦି ଏସବୁ ବି ତୁମ ପକ୍ଷେ
ନ ହୁଏ ସମ୍ଭବ ।
ରହି ଯାଅ ନାହିଁ ଭାଇ
କେବେ ବି ନିରବ ।।
ଯିଏ ସର୍ବସ୍ୱ ତ୍ୟାଗକରି
କରୁଛି ସଂଗ୍ରାମ,
ଯିଏ ସମାଜ ହିତ ପାଇଁ
ଲେଖେ ହାତରେ ଲେଖନୀ ଧରି ।
ତା ପାଇଁ ବଢ଼ାଇ ଦିଅ
ସହଯୋଗର ହାତ,
ତୁମ ଟିକିଏ ସାହାଯ୍ୟରେ ସେ
ଆଗକୁ ଯିବ ମାଡି ।।
ଯଦି ଏସବୁ ବି ତୁମ ପକ୍ଷେ
ନ ହୁଏ ସମ୍ଭବ,
ଯଦି ସମାଜ ପାଇଁ
ଦେଇ ପାରିବିନି କିଛି ଅବଦାନ ।
ଭଙ୍ଗନାହିଁ ତା ମନୋବଳ
ଯିଏ ସମୃଦ୍ଧ ସମାଜ ଗଠନର
ନିତି ଦେଖେ ସ୍ବପ୍ନ ।।
ଯଦି ନ ଦେଇ ପାରୁଛ
ସାହାଯ୍ୟ ସହଯୋଗର ହାତ ,
ତା କାର୍ଯ୍ୟରେ କେବେ
ହୁଅନି ପାଚେରୀ ।।
କାରଣ ତୁମ ଅଧା ବୋଝକୁ
ବୋହି ନିଏ ସିଏ
ତା କାନ୍ଧରେ ଧରି ।।
କବି: ଅଶ୍ବିନି କୁମାର
[email protected]om