କୋଉ ପାପ କରିଦିଏ ଯେ ପ୍ରତିମାସରେ ଥରେ ଅଛୁଆଁ ହେଇଯାଏ କାହାକୁ ଛୁଇଁଦେଲେ କେମିତି ମାରା ହେଇଯାନ୍ତି ସେମାନେ ବୁଝିପାରେନି ମୁଁ? ମାସିକ ଧର୍ମ କଣ ପାପ? କଣ ସେଇ ପାପ ଯାହା ପାଇଁ ସମ୍ଭବ ହୁଏ ମଣିଷ ର ଅସ୍ତିତ୍ୱ ।। ମନ୍ଦିରର ପୁଝାରୀ କହେ ମୋ ପାଇଁ ମନ୍ଦିର ବେଢା ମନା ବାପା ରୋକି ଦିଅନ୍ତି ... ରୋଷେଇଘର ଦୁଆର ମନା ।। ବୁଝିପାରେନି ତଥାପି ମୁଁ ଝାଉଁଳିଯାଏ ମୁଣ୍ଡ କାହିଁକି ବାପା ଏସବୁ ? କାହିଁକି ପୁଝାରୀ ଏସବୁ ? କଣ ତୁମେ ସେଇ ପାପ ପ୍ରକ୍ରିୟାରୁ ଜନ୍ମ ନେଇନ? ତୁମେ କେମିତି ପବିତ୍ର ହେଲ? ଆଉ ମୁଁ କେମିତି ଅପବିତ୍ର ହେଲି? ବୁଝେଇଦିଅ ଥରେ, ଅନ୍ତତଃ ବୁଝିଯିବି ଡେଇବିନି ତୁମ ମନ୍ଦିର ବେଢା ଡେଇଁବିନି ରୋଷେଇଘର ଦ୍ବାର ।। ହେଲେ ଉତ୍ତର ମିଳେନି ନିର୍ବାକ ପାଲଟି ଯାଆନ୍ତି ଏମାନେ ।। ବୁଝିବାକୁ ଆଉ କିଛି ବାକି ନାହିଁ ମନେ ପଡିଯାଏ ସେଇ ଶବ୍ଦସବୁ "ଢୋଲ ଗଁୱାର ପଶୁ ଶୂଦ୍ର ନାରୀ ଏ ସବ୍ ତାଡନ କେ ଅଧିକାରୀ" ଉତ୍ସୁକତା ବଢିଯାଏ ତନ୍ନ ତନ୍ନ କରି ପଢେ ପୃଷ୍ଠା ପରେ ପୃଷ୍ଠା ଗ୍ରନ୍ଥ ପରେ ଗ୍ରନ୍ଥ ଅଛପା ରହେନି କିଛି ସବୁ କିଛି ଜଣା ପଡ଼ିଯାଏ ।। ଧାର୍ମିକ ଗ୍ରନ୍ଥ ରୋକିଦିଏ ନାରୀର ସ୍ବାଧିନତାକୁ ବାନ୍ଧିଦିଏ ନାରୀକୁ ଗୋଳାମୀର ଶିକୁଳିରେ । ଚରିତ୍ରହୀନ ସଂଦେହରେ ଏଠି ଦେବାକୁ ପଡେ ନାରୀକୁ ଅଗ୍ନି ପରୀକ୍ଷା ।। ଧର୍ମଗ୍ରନ୍ଥ ବଞ୍ଚିତ କରେ ନାରୀକୁ ଶିକ୍ଷା କାଳେ ନାରୀ ବୁଝିଯିବ ସବୁତକ ସାଜିସ୍
କବି: ବିଷ୍ଣୁ ମହାନନ୍ଦ, କଳାହାଣ୍ଡି
***Source of Featured Image: npr.org (Internet)
କବିତା ଟି ପଢିଲି । ହଜାର ବର୍ଷ ର କଥ, ପରମ୍ପରା ଓ ଧର୍ମଶାସ୍ତ୍ର ର ନିର୍ଦ୍ଧେଶ କୁ କବି ପ୍ରଶ୍ନ କରି କବି ମଜବୁତ କରିଛନ୍ତି, ପ୍ରସ୍ତିବାଡ଼ ର ପରମ୍ପରା କୁ। ଅଭିନନ୍ଦନ ଆପଣ ମାନଙ୍କୁ। ଆପଙ୍କ ର ପ୍ରଦୀପ ସେଠୀ।