ଜାତିପ୍ରଥା, ଆରକ୍ଷଣ,ଧର୍ଷଣ, ଶୋଷଣ
ଆଉ କେତେ ଶବ୍ଦ ବାଜେ ମୋ କାନ ରେ
ଚେତାବନୀ ମିଳୁଛି କି
ଦଳିତ ଜାତି କୁ ଧ୍ଵଂସ କରିବାର ।
କି ଏଟା ଗୋଟେ ଆହ୍ବାନ
ଆହ୍ବାନ କି ବ୍ୟବସ୍ଥା ପରିବର୍ତ୍ତନ ର ???
ଏଠି ନ୍ୟାୟ ନା ରେ ମିଳେ ଆଶ୍ଵାସନା
ଏଠି ଶିକ୍ଷ୍ୟା ନା ରେ ମିଳେ ବିଦ୍ୟାଳୟ ରୁ ଭର୍ସନା
ମଇଳା କରୁଥିବା ଲୋକ ର ଅଛି ସ୍ୱାଭିମାନ
ମଇଳା ଉଠାଉଥିବl ଲୋକ ଏଠି ଚୋର ସଈତାନ୍
ଏଟା ଗୋଟେ ଆହ୍ଵାନ କି,
ସେ ମାନସିକ ଗୋଲାମୀ କୁ ଭାଙ୍ଗିବାର????
ଶିକ୍ଷ୍ୟା ର ଅଭାବ ପୁଣି ମୁଠାଏ ଖାଇବା ପାଇଁ ଏଠୀ ହାହାକାର,
ମୁଣ୍ଡ ଗୋଜିବା ପାଇଁ ନାହିଁ ଛାତ
ଛାତ ଅଛି ତ ଦଳିତ ବୋଲି ସମସ୍ତେ ମାରନ୍ତି ଲାଥ ।
ଏଟା ଗୋଟେ ଆହ୍ବାନ କି,
ସେଇ ସମାଜ କୁ ଲାଥ ମାରି ନୂଆ ପରିଚୟ ଟେ ସୃଷ୍ଟି କରିବାର????
କେବେ ଭାବିନ କି କଣ ମିଳୁଛି ଏଠି ??
କେବେ ସ୍ବପ୍ନ ଦେଖିନ କି ??
ସେଇ ରାଜନୀତି ର ରାଜ ସିଂହାସନ କୁ ,
ଉଠାଅ ନିଜକୁ !! ,
ନା ମରିଯିବ ସେମିତି ହୋଇ ?
ରକ୍ତ ମାଂସ ର ଶରୀର ଯେ ଥିବ,
ଆତ୍ମ ସମ୍ମାନ କୁ ଲୋକେ ପକାଉ ଥିବେ ଛେପ।
ଲାଗେ ନାହିଁ ତମକୁ କି, ଏଟା ଗୋଟେ ଆହ୍ବାନ ?
ନିଜେ ହିଁ ରାଜା ବୋଳି ସାବ୍ୟସ୍ତ କରିବାର ବାଟ !!
ଧର୍ମ ବିବାଦ ଠୁ ବଳି ଏଠି ଜାତି ଜାତି ର ବିବାଦ
ଏଠି ଦଳିତ ର ପ୍ରେମ କାହାଣୀ ର ଅନ୍ତ ହୁଏ ବଳାତ୍କାର ରେ
ଏଠି ସବର୍ଣ୍ଣ ର ପ୍ରେମ ବାନ୍ଧି ହୁଏ ବିବାହ ର ସଂସ୍କାର ରେ
ପୁଣି, ପ୍ରେମ କରିବା ପାଇଁ ଖୋଜା ହୁଏ ଏଠି ଜାତି
ଜାତି ଛୋଟ ତ ପଡ଼ିବ ଜୀବନ ବାଜି
ଜାତି ବଡ଼ ତ ହାରିଯିବ ଏଠି ଧର୍ମ ବି ତାର ବାଜି
ଏଟା ଗୋଟେ ଆହ୍ଵାନ
ଆହ୍ଵାନ କି ପ୍ରେମ ପ୍ରତାରଣା ରେ ନ ଭାସି,
ତୁମ ଭବିଷ୍ୟତ କୁ ଦେବାକୁ ହେବ ଗୋଟିଏ ଉଜ୍ଜ୍ୱଳ ପଥ ।
ତମକୁ ବି ଘୃଣା ଆଉ ମତେ ବି ନିର୍ଯାତନା,
ତମର ଖାଲି ଜାତି ବଡ଼ ଆଉ ମୋର ଛୋଟ,
ହେଲେ ଶିକୁଳି ତ ସମାନ୍ ଲାଗେ ମତେ,
କଣ ହେଲା ଚମକି ଗଲ !!?
ଜାଣିନ କି, ସଂସ୍କୃତି ବୋଲି ଯାହାକୁ ମୁଣ୍ଡରେ ପିନ୍ଧିଛ
ସେଟା ପୁରୁଷବାଦି ସମାଜ୍ ରେ ବାନ୍ଧି ରଖିବାର ଗୋଟେ ନାଟ।
ଲାଗେନା କି ତୁମକୁ ଏଟା ଗୋଟେ ଆହ୍ବାନ ?
ଉନ୍ମୁକ୍ତ ଆକାଶ ରେ ଡେଣା ଝାଡି ଉଡ଼ିବାର
ଏଟା ଗୋଟେ ଆହ୍ଵାନ !!
ଆହ୍ଵାନ କି ବ୍ୟବସ୍ଥା ପରିବର୍ତ୍ତନ ର !!?
ଲେଖିକା : ବାପ୍ତୀସ୍ମିତା ଛତ୍ରିଆ