Date//: 13.05. 2021
ଶୁନଶାନ ରାତିର ଅନ୍ଧକାରର ଘେରରେ
ଖୋଜିବୁଲେ ମୁଁ ମୋର ଅସ୍ଥିତ୍ୱ;
ବାଟବଣା ପଥିକ ପରି ହୁଏ ମୁଁ ଘାରି
କେଉଁଠି ଅଛି ମୋର ମହତ୍ୱ ?
ଝିଅ ଜନମ ଯଦି ପର ଘରକୁ
କେଉଁଠି ଅଛି ମୋର ନିଜର ଘର;
ମୋତେ ବି ଇଚ୍ଛା ହୁଏ ଗାଇବା ପାଇଁ
ଛୋଟ ମୋର ଗାଁ ଟି ର ସେଇ ପଦ,
ଚିତା ବି ମୋର ଜଳିବା ପାଇଁ ଚାହେଁ, ସେଇ ଛୋଟ ଗାଁରେ ||
ମୁଁ ଯଦି ମୋ ବାପାଙ୍କ ନୁହେଁ ତ, ମୁଁ ଆଉ କାହାର ?
କେଉଁଠି ଅଛି ମୋର ଅସ୍ତିତ୍ଵ?
ସବୁକିଛି କରି ପାରେ ମୁଁ,
ଘରର ସବୁ କାମଠୁ ନେଇ ବାହାର ଦୁନିଆଁରେ ଥିବା ନାରୀର କର୍ତ୍ତବ୍ୟ;
ତେବେ କାହିଁକି କିଛି ହୁଏନି ମୋ ନିଜସ୍ଵ ?
ଶାଶୁ ଘରେ ଯଦି ସମସ୍ତ ଦାୟିତ୍ୱ ତୁଲାଇବା ମୋର କର୍ତବ୍ୟ
କାହିଁକି ମୋତେ ଶାଶୁଘର ଲୋକେ ଭାବନ୍ତିନି କେବେ ନିଜର |
ନିଜସ୍ଵ ବୋଲି ମୋର କେବେ କିଛି ନାହିଁ
କିନ୍ତୁ ଘରର ସବୁ ଦାୟିତ୍ଵ ମୋର |
ଯଦି ଘରର ଭୂଷଣ ଆତ୍ମସମ୍ମାନ ପାଇଁ ମୁ ହିଁ ଏକ କାରଣ;
ଘର ଜମିପଟା କାହିଁକି କେବେ ହୋଇ ପାରେନି ମୋର?
ଶୂନ୍ୟ ଆକାଶର ମୁକ୍ତ ପକ୍ଷୀ ଟିଏ ପରି
କେବେ କେବେ ଇଚ୍ଛା ହୁଏ ଉଡ଼ି ଯିବାକୁ ବହୁତ ଦୂର;
କେତେ ଆଶା, କେତେ ସପନ ଧରି ବାହାରି ଯାଏ
ଅନେକ ଜିଜ୍ଞାସା ନେଇ, ଡେଣାରେ ଜୀବନ ଦେବା ପାଇଁ..
ସ୍ବପ୍ନକୁ ସାକାର କରି ନିଜ ପାଇଁ ବଂଚିବାକୁ ଚାହେଁ
ମୁକ୍ତ ଆକାଶର ଅଦମ୍ୟ ବିହଙ୍ଗ ପରି ||
ନଦୀ ମିଶିଯାଏ ସାଗର ଗର୍ଭରେ ବୋଲି
ମୁଁ ବି କଣ ଭାସିଯିବି ସମାଜର କରାଳ ସ୍ରୋତରେ
ହୋଇଯିବି ଲୀନ, ହରେଇ ମୋ ଆକାଂକ୍ଷୀତ ବାଂଛିତ ସ୍ବପ୍ନ ||
ତେବେ କଣ ଲୀନ ହୋଇ ଯିବ ମୋ ସମ୍ପୂର୍ଣ ଅସ୍ତିତ୍ଵ ?
ଶୁନଶାନ୍ ରାତିର ଅନ୍ଧକାର ଘେରରେ
ଖୋଜି ବୁଲେ, ମୁ ମୋର ଅସ୍ତିତ୍ଵକୁ |
କିଏ, କାହିଁକି, କଣ ପାଇଁ ମୁ ;
କେଉଁଠି ଅଛି ମୋର ମହତ୍ୱ ଓ ଅସ୍ତିତ୍ଵ?
- ବାପ୍ତୀସ୍ମିତା ଛତ୍ରିଆ
Beautiful writing
We want more from you…keep writing
Kya baat hai wahhhh….ji wahhh
Mind-blowing….Bapti……superb thought…… Really you are unique…… !!!,,.., I feel really proud to be your just friend……
ମୁଁ ଜାଣି ନ ଥିଲି
ତୁମ ଭିତରେ ଅଛି
ଏତେ ପ୍ରତିଭା ?
ଦେଖିଲେ ଲାଗ ଭାରି ଚ ଗ ଲି
ହେଲେ କବିତl ରୁ ଜଣା ପଡୁଛି ଭାରି ଖେଳାଳି ??
Bahut sundar kabita ti heichi @bapti
ବହୁତ ସୁନ୍ଦର କବିତା. ନାରୀ ଜୀବନ ର ବ୍ୟଥା ବେଦନାକୁ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରା ଯାଇଛି. ଅଭିନନ୍ଦନ ଭଉଣୀ