ଘର୍ ବନାଲା ବାଏର୍ ବନାଲା
ରାଏଜ୍ କଳା ସେ ଦେଉଲେ
କୁଷ୍ଟ ମହନ ଗହଟିଆ ନା ଶୁନି
ଲୋକ ଥର୍ ଥରୁ ଥିଲେ ।
****
ବଢଲା ଗହଟିଆର୍ ରାଜ୍
ଲୋକ୍ ମାନ୍ କୁ ହୀନ୍ ମାନ୍ କଲା
ମନ୍ ଇଚ୍ଛା ତାର୍ ଅତ୍ୟାଚାର୍ କଲା
କରିଦେଲା ସତ୍ୟାନାସ୍ ।
****
ଧନ୍ ଜନ୍ କେ ହଡପ୍ କଲା
ଗଣା ପୂଜାରୀ କେ ଗୁଲାମ୍
ଶିର୍ସିରି ସବକର୍ ଅଟି ଯାଇଥିଲା
ସବ୍ କେ କଲା ହଏରାନ୍ ।
****
ଡମ୍ ଲୋକ୍ କେ ଦେଖିନାଇ ଶୁଇଲା
ଅଗ୍ ଧୁରୁ ଦେଖି ଘିନଉ ଥିଲା
ବାଟ୍ କେ ଘାଟ୍ କେ ମନା କଲା
କେନେ ନାଇ ଥିଲା ଠାନ୍,
ସବୁ ଦିନିଆ ସେ ଛି ଥୁ ଥୁ
ସତେ କେଡେ ହିନୀ ମାନ୍ ।
****
କୁଲି ଭୁତି କରି ଡମ୍ ପଡ଼ାର୍ ଲୋକ
ଖଟୁ ଥିଲେ ଦିନ୍ ରାତ୍
ଖଟ୍ ଲା ଭୁତି ବି ଦେବାର ଲାଗି ଗହଟିଆ
କରୁଥିଲା କେତେ ହୀନସ୍ତା ।
****
ସୋର୍ ପଡ଼୍ ସି ମୋର୍ ବୁଡାଦାର୍ କଥା
କେଭେ ନାଇ ପାରେ ଭୁଲି
ମା କେ ତାର୍ ଗହଟିଆ ବୁଡା
ପିଟି ଥିଲା ଗାହାର୍ ଖୁଲି ।
****
ମଠିଆ ଧରି ଯାଇଥିଲା ଆନି
ବାଗ୍ ମୁଡାର୍ ପାନି
ଫିର୍ ଲା ବେଲ୍ କେ ବାମନ୍ ଖେଟାବା
ନାଇ ଥିଲା ସେ ଜାନି ।
****
ଚୁଟିର୍ ବାଲ୍ କେ ଧରି କରି ମା କେ
କେଡେ ହୀନମାନ୍ କଲା
ତେତେଲ୍ କଡା ତି ପିଟି ପିଟି କରି
ଛାଲ୍ ଛଡେଇ ଦେଲା ।
****
ଦାରି ଡମେନ୍ ହୀନସ୍ ତିଏନ୍
ଏତେ ସାହସ୍ ତର୍ ହେଲା
ଜମି କେ ମୋର୍ ମାରା କରି ଦେଲୁ
ଇଜତ୍ ମହତ୍ ସବୁ ଗଲା ।
****
ଦେଖୁ ଥିଲେ ଗାହାର୍ ଲୋକ୍ ଡୁଗ୍ ଡୁଗ୍
କିଏ ନାଇ କଲା ଚୁ
ସୁସ୍ କୁରେଇ ସୁସ୍ କୁରେଇ କାନ୍ଦୁ ଥିଲା ମା
ପସ୍ତେକର୍ ମାଡ଼୍ ଖାଇ
ରଡ଼୍ ଯାଏନି ପିଟଲା ପଛ୍ କେ
ବାମନ୍ ବୁଡା ହେଲା ଛୁ ।
****
ଡମ୍ ବୁଡା ଘର କେ ଆଏଲା
ମାଇଝୀର୍ ଦୁଖ୍ ସୁନ୍ ଲା
କିଛି ନାଇ କରି ପାର୍ ଲା ଆରୁ
ରାଗର ମାଡ଼େ ମୁଡ ପିଟି ପିଟି
ଛଟ୍ ପଟି ଛଟ୍ ପଟି ମଲା ।
****
ରମାକାନ୍ତ ନାଏକ କଳାହାଣ୍ଡି ର ଜୁନାଗଡ଼ ସ୍ଥିତ ଏକ ଛୋଟ ଗାଁ ଅମ୍ବଦୁଲା ରୁ ଆସନ୍ତି ଏବଂ ସେ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଟାଟା ସାମାଜିକ ବିଜ୍ଞାନ ଶିକ୍ଷାନୁଷ୍ଠାନ ରେ ପି.ଏଚ୍.ଡି. ଅଧ୍ୟୟନ କରୁଅଛନ୍ତି।