ଭୋର ସକଳୁ ଉଠିକି
ସଜେଇ ହେଲୁ ।
ଧୂପ ଦୀପ ଧରେ ମନ୍ଦିର ଗଲୁ ।
କିଏ ଜାଣିଥିଲା ତୋ ଦେହରୁ
ବୋହି ଯିବ ରକ୍ତ ।
ତୋ କଥା ଭାବି ମତେ
ଦୟା ଲାଗୁଛିରେ ଅନ୍ଧ ଭକ୍ତ ।।
ତୁ ତ କହୁ ମହାପରାକ୍ରମୀ
ସର୍ବଶକ୍ତିମାନ ତୋ ଦେବୀ।
ହେଲେ କଲା
ନାହିଁ ତିଳେ ମାତ୍ର ପ୍ରତିବାଦ
ଆଖି ଖୋଲି ଦେଖୁଥିଲା
ତୋ କରୁଣ ଛବି ।
ଯାଇଥିଲୁ ତୁ
ଆଶୀର୍ବାଦ ପାଇଁ,
ତା ବଦଳରେ ଖାଇଲୁ
ପଣ୍ଡିତର ଲାତ ।
ତୋ କଥା ଭାବି ମତେ
ଦୟା ଲାଗୁଛି ରେ ଅନ୍ଧ ଭକ୍ତ ।
ଏ ତ ଭାଇ କିଛି ନୁହେଁ
ଏ ତ ନିତି ଦିନିଆ କଥା ।
ଧନ୍ୟ ସେ ପଣ୍ଡିତଙ୍କ
ଶ୍ରଦ୍ଧା ଭକ୍ତିକୁ ।
କେଜାଣି କେବେ ଦୂର ହେବ
ତାଙ୍କ କ୍ଷୁଦ୍ର ମାନସିକତା ।।
ଯେତେ ଯାହା ହେଉ ପଛେ
ପୁଣି କାଲି ଯିବୁ ମନ୍ଦିର ଧାଇଁ ।
ଧର୍ମ ର ସିକୁଳି ରେ
ହୋଇଛୁ ବନ୍ଧା,
ଭକ୍ତିର ଅଫିମ ପରା
ଖାଇଛୁ ତୁହି ।
ଜୀବନ୍ତ ଠାକୁର ପ୍ରତି
ତିଳେ ନାହିଁ ଭକ୍ତି
କାଷ୍ଠପାଷାଣ କୁ ମାରୁ
ଶତ ପ୍ରଣିପାତ ।।
ତୋ କଥା ଭାବି ମତେ
ଦୟା ଲାଗୁଛି ରେ ଅନ୍ଧ ଭକ୍ତ ।।
କବି: ଅଶ୍ବିନି କୁମାର
ସହକରୀ ଶିକ୍ଷକ
ଝରିଗାଁ ନବରଙ୍ଗପୁର