ହେ ବନ୍ଧୁ
ଏ ଲକ ଡାଉନ
ତୁମ ପାଇଁ ନୂଆ ହୋଇପାରେ,
ହେଲେ ମୋ ପାଇଁ ତ ଦେହସୁଆ ।
ତୁମେ ତ ମୋ ପାଇଁ
କେଉଁ କାଳରୁ କାଟି ଦେଇଛ
ସାମାଜିକ ପ୍ରତିବନ୍ଧକର
ଅଦୃଶ୍ୟ ଲକ୍ଷ୍ମଣ ରେଖା ।
ଆଜି ବି ତୁମ
ବିହା ବରପନ ଯାନୀ ଯାତ୍ରା
ସବୁଠି ମୋ ପାଇଁ
ଲକ ଡାଉନର ବିଭୀଷିକା ।।
ହେ ବନ୍ଧୁ
ଏ ଲକ ଡାଉନ ଆରମ୍ଭ ହୁଏ
ବିଦ୍ୟାଳୟରେ ପାଦ ପକେଇବା
ପ୍ରଥମ ଦିନରୁ ।
କେଜାଣେ କାହିଁକି ତୁମେ ମୋଠୁ
ଦୁରେଇ ଦୁରେଇ ରହୁଥିଲ ।
ତୁମେ ଏମ.ଡି.ଏମ ଖାଅ
ଚକ୍ ଚକ୍ କରୁଥିବା ବାରଣ୍ଡା ଉପରେ ।।
ମୁ ଛିଡା ହୋଇହେଉଥାଏ ଷ୍ଟିଲ ଥାଳିଟିଏ ଧରି
ତୁମଠୁ ପାଞ୍ଚ ଫୁଟ ଦୁରେ ।।
କହିଲ ବନ୍ଧୁ
ଏହାଠୁ ବଡ଼ ଲକ ଡାଉନ
କଣ ବା ହୋଇ ପାରେ ।।
ହେ ବନ୍ଧୁ
ଗତ କିଛି ଦିନ ତଳେ
ତୁମ ବିବାହରେ ଯୋଗଦାନ ପାଇଁ
ସାଦର ନିମନ୍ତ୍ରଣ କଲ ।
ଅନ୍ତରଙ୍ଗ ବନ୍ଧୁ ବୋଲି
ମୁ ବି ସରାଗରେ ଗଲି ।
ମାତ୍ର ସେ ପରିବେଶ ମୋ ପାଇଁ
ଖାପଛଡା ଖାପଛାଡ ଲାଗୁଥିଲା ।
ତୁମେ ତୁମ ଉଚ୍ଚବର୍ଣ୍ଣ ବନ୍ଧୁଙ୍କ ସହ
ସୁମିଷ୍ଟ ବ୍ୟଞ୍ଜନ ବାଣ୍ଟିବାରେ ମସଗୁଲ ଥିଲ ।
ମତେ ଲାଗୁଥିଲା
ତୁମେ ମୋ ଆଗରେ
ତୁମ ମହାନତା ପଣର ଜାହିର କରୁଥିଲ ।।
ମୁ ଉପାୟ ଶୂନ୍ୟ ହୋଇ
ମୁହଁରେ କୁତ୍ରିମ ମୁରୁକି ହସ ମାରି,
ପରିସ୍ଥିତି ସହ ସାଲିସ କରୁଥିଲି ।।
ଆଉ କେଉଁ ଏକ କୋଣରେ ବସି
ନିଜେ ନିଜକୁ ନିନ୍ଦୁଥିଲି ।।
କହିଲ ବନ୍ଧୁ
ଏହାଠୁ ବଡ଼ ଲକ ଡାଉନ
କଣ ବା ହୋଇ ପାରେ ।।
ପୁଣି ଦିନେ ତୁମେ ଡାକିଲ
ତୁମ ଗାଁର ଅଷ୍ଟ ପ୍ରହରୀ
ଯଜ୍ଞ ଦେଖିବାକୁ ।
ବିବେକ ଶହେ ଥର ବାଧା ଦେଉଥିଲା,
ତୁମ କଥା କାଟି ନପାରି
ବାଧ୍ୟ ହେଲି ଯିବାକୁ ।।
ହେଲେ ସେଠି ବି ଟଣା ହୋଇଥିଲା
ମୋ ପାଇଁ ଚିରାଚରିତ
ଲକ ଡାଉନ ରେଖା ।
ଭାଇଚାରାର ବାର୍ତ୍ତାଦେଇ
ବିଶ୍ୱ ଶାନ୍ତି ପାଇଁ ତୁମେ
ଗାଇ ଚାଲୁଥିଲ
ବତିଶୀ ଅକ୍ଷରୀ ମହା ମନ୍ତର ।।
ତୁମେ ତୁମ ମହାନ ସଂସ୍କୃତିର
ପରିଚୟ ଦେଇ
କୋଟିଏ ମିଟର ଦୁରୁ
ଲେଖି ଦେଇଥିଲ,
ଅଛୁଆର ପ୍ରବେଶ ନାହିଁ ଅଧିକାର ।।
କହିଲ ବନ୍ଧୁ
ଏ କଣ ପରିଭାଷା ନୁହେଁ
ଲକ ଡାଉନର ।।
ଏତ କିଞ୍ଚିତ ଉଦାହରଣ ବନ୍ଧୁ ।
ଆମେ ତ ନିତି ସହିଯାଉ
ଲକ ଡାଉନର ପ୍ରହାର ।
ଜଗି ରହୁଥିବ ବନ୍ଧୁ
ତୁମ ପାଇଁ ଏ ତ
ଦୁଷ୍କର ବ୍ୟାପାର ।।
ଅଶ୍ବିନି କୁମାର
ସହକାରୀ ଶିକ୍ଷକ
Post Views: 125
ଆଖିରେ ଲୁହ ଆସିଗଲା । କି କଷ୍ଟ ଏ ଜାତିବାଦ୍ ଲକ୍ ଡାଉନ୍ ।
ଧନ୍ୟବାଦ ମତାମତ ପାଇଁ ।
Excellent Aswini Brother….. permanent lock down k val se kabita madhyam re bateichha…….
ଧନ୍ୟବାଦ ଭାଇ ।କବିତା ପଢି ନିଜର ବହୁମୂଲ୍ୟ ମତାମତ ଦେଲ ।