Buddha Image

ଲେଖକ: ଧନମାଲୀ ଦୀପ, ବଲାଙ୍ଗୀର

ହିନ୍ଦୁ ଧରମରେ ଜନମ ହୋଇଛି ହାତେ ନଥିଲା ମୋ ଭାଇ

ପ୍ରତିଜ୍ଞା କରୁଛି ହିନ୍ଦୁ ଧରମରେ କେବେ ମୁ ମରିବି ନାହିଁ I ୧ I

କରୁଛି ପ୍ରତିଜ୍ଞା ହେବନି ଅବଜ୍ଞା ଧର୍ମ ବଦଳିବ ମୋର

ବୁଦ୍ଧ ଧମ୍ମ ନେଇ କରିବି ପ୍ରଚାର ଏହା ଶ୍ରେଷ୍ଠ ଧମ୍ମ ମୋର I

ମନୁଷ୍ୟ ଭିତରେ ଯେଉଁ ଧରମରେ ଭେଦଭାବ ସୃଷ୍ଟିକରେ

ତାହାକି ଧରମ? ଅଟେକି ଅନ୍ୟାୟ ସେଇଠି କି ମୁକତି ମିଳିପାରେ I ୩ I

ସମତା, ସ୍ୱତନ୍ତ୍ର, ନ୍ୟାୟ, ଭାଇଚାରା, ଏହା ବୁଦ୍ଧଙ୍କ ବିଚାର

ଏହା ଅଟେ ଭାଇ ମଣିଷ ଜନ୍ମର ମୂଳମନ୍ତ୍ର କର ସାର I ୪ I

ମହାବୋଧିସତ୍ୱ ବାବାସାହେବ ଯେ ସହୃଦେ କଲେ ଗ୍ରହଣ

ସତ୍ୟ ଏହି ଧମ୍ମ ସଂସାରେ ରହିବ ଏହା ଅଟେ ମୋ ବଚନ I ୫ I

ବୁଦ୍ଧ ଧମ୍ମ ଯେ ଧରମ ନୁହଇ ମାନବର ମୁକ୍ତି ପାଇଁ

ଉଚ୍ଚ ନୀଚ୍ଚ ଭେଦଭାବ ଜାତି ନାହିଁ ବୁଦ୍ଧ କହିଛନ୍ତି ଯାଇ I ୬ I

ଦଳିତଙ୍କ ପାଇଁ ହିନ୍ଦୁ ଧରମରେ କିଛି ଅଧିକାର ନାହିଁ,

ଜନମ ମରଣ ହୀନିମାନ ହୋଇ ଜୀବନ କାଟିବା ଭାଇ I ୭ I

ମଣିଷ ହୋଇନ ମଣିଷତ୍ୱ ଗୁଣ ଯା ହୃଦେ ଜନମି ନାହିଁ,

ଧିକ ତା ଜୀବନ କେତେ ହୀନିମାନ ପଶୁ ସଙ୍ଗେ ସମାନ I ୮ I

ମଣିଷତ୍ୱ ଗୁଣ କହୁଛନ୍ତି ଶୁଣ, ଶୁଣ ମନଧ୍ୟାନ ଦେଇ

ସମ୍ବିଧାନ ଠାରେ ବାବାସାହେବ ଯେ ଲେଖି ଯାଇଛନ୍ତି କହି I ୯ I

ସମତା, ସ୍ୱତନ୍ତ୍ର, ନ୍ୟାୟ, ଭାଇଚାରା ମଣିଷତ୍ୱ ଗୁଣ ଏହି

ପଢ଼ ସମ୍ବିଧାନ ମୁଖବନ୍ଧ ଦେଖ ବାବା ଯାଇଛନ୍ତି କହି I ୧୦ I 

ବୁଦ୍ଧଙ୍କ ଠାରୁ ବାବାସାହେବ ଯେ ଉଦ୍ଧାର କରିଲେ ଏହି

ପଢି ସମ୍ବିଧାନ ଅଧିକାର ଜାଣ ସଂଘର୍ଷ କରରେ ଭାଇ I ୧୧ I

ଯଦି ପଢ଼ିଅଛ ମଣିଷ ହୋଇଛ କେଉଁ ଜନମ ତୁମ୍ଭର

ମଣିଷ ଜନ୍ମରେ କ’ଣ କରିବ ଯେ ନିଜକୁ ନିଜେ ପଚାର I ୧୨ I

କହେ ଧନମାଲୀ ତୁମ ପାଦ ଧରି ଶୁଣ ବହୁଜନ ଭାଇ

ଦିଅ ସହଯୋଗ ତୁମ ସେବା କରି ଯାଉ ମୋର ଦିନ ସରି I ୧୩ I

*ଏହି କବିତା ପ୍ରଥମେ ନିର୍ବେଦ ପତ୍ରିକା ରେ ପ୍ରକାଶିତ ହୋଇଥିଲା I