” ନମୋ ବୁଦ୍ଧାୟ “
ବିଶ୍ବ ଶାନ୍ତି ଦୂତ ଆହେ
କରୁନା ସାଗର
ତଥାଗତ୍ ଗୌତମ ବୁଦ୍ଧ
ପାଦରେ ଜୁହାର
ଧଏନ୍ ତମର୍ ଜନମ୍ ଭୁଇଁ
ଧଏନ୍ ମାତା ପିତା
ସମତା କରୁନା ପ୍ରଚାରକ
ସତ୍ ଗିଆନ୍ ଦାତା
ଅସତର୍ ହାଁଟରେ ତମେ
ଉଡ଼ାଲ ସତର୍ ବାନା
ତମେ ଏକା ଜଗତ୍ ନେ
ଶାନ୍ତି ନାମେ ଚିନହା
ସତ୍, ନିଏ, ସମାନତାର୍
ବାଟ୍‌ ଦେଖାଲ ତମେ
ତମର୍ ବିଚାର୍‌ ଧାରାଥିଁତ
ସାରା ଦୁନିଆଁ ଝୁମେ
ସାମାଜିକ୍‌ କ୍ରାନ୍ତିର୍ ତମେ
ମୁଲ୍ କ୍ରାନ୍ତିକାରୀ
ସମାନତା ଲାଗି ଲଢେଇ କଲ
ବିନା ହତିଆର ଧରି
ତମେ ମୁଲ୍ କରିଥିଲ
ସାମାଜିକ୍‌ କ୍ରାନ୍ତି
ହିଁସା ଅହଁକାର୍‌ ମେଟେଇ କରି
ଆନ୍‌ବାର୍‌ କେ ଶାନ୍ତି
ସତର୍ ରଥନେ ତମେ
ମହାନ୍ ସାରଥୀ
ଅନ୍ଧବିଶ୍ୱାସ ଆଡକେ ରଥ
କେଭେଁ ନାଇ କରି ଗତି
ବୌଦ୍ଧ ଭିକ୍ଷୁ ମେଲ୍ କରୀ
ନିୟମ୍ ଜେ କଲ
ସତର ବିହନ ତମେ
ଜଗତେ ବୁନିଲ
ନିଷ୍‌ପାପ ଜିବନ ଲାଗି
ଦେଲ ପଂଚ ଶିଳ
ଜିଇଁବାର୍ ଲାଗି ମଧ୍ୟମ
ମାର୍ଗ ବନେଇଲ
ଜନମୁ କାହାର ପରିଚୟ
ଯାନି ନାଇ ହୁଏ
କରମୁ ଯାନି ହୁଏ ତମର୍
ବିଚାର୍‌ ଧାରା କହେ
ଉଙ୍ଗୁଲିମାଲ୍ ଠେଟିଁଆର୍‌ କଥା
କିଏ ନାଇଁ ଜାନେ
ହିଁସା ହାର୍‌ ମାନିଅଛେ
ଅହିଁସାର୍‌ ସାମ୍‌ନେ
ତମର୍‌ ବିଚାର୍‌ ଧାରା ସତେ
ଇତିହାସ୍‌ ଲେଖିଦେଲା
ଅହିଁସା ନେ ମୌର୍ଯ୍ୟ ଶାସନ୍
ଅଢ଼େଶ ବରଷ୍‌ ହେଲା
ସତ୍,ଶାନ୍ତି,ଦୟା,ଖେମା
ତମର୍ ବିଚାର୍‌ ଧାରା
ସେ ବିଚାର୍‌ କେ ସନମାନ୍ ଦିଏ
ଇ ଦୁନିଆଁ ସାରା
ଧଏନ୍ ଧଏନ୍ ହେ ଗୌତମ ବୁଦ୍ଧ
ଧଏନ୍ ତମର୍
ବିଚାର୍‌ ଧାରା ସାଙ୍ଗେ ତମେ
ରହି ଥିବ ଅମର !!

*ନାରୟଣ ବାଗ୍ (ଟୁନା) କେସିଙ୍ଗା, କଳାହାଣ୍ଡି