ନା ଟି ତାର ଜିତୁ ରେ ।
ଦେଖିବାକୁ ସେ ଗରିବ ପୁଅରେ ।
ରହିଥାଏ ସେ ମାଟି ଘରେ ।
ଜନ୍ମ ହୋଇଛି ଗରିବ ପରିବାରରେ…. ।
ସେଇଟା କଣ ତାର ଭୁଲରେ ।
ସେ ଛୋଟ ଦିନରୁ ହୋଇଛି ଜାତିର ଶିକାରରେ ।
ସହିଛି ସେ କେତେ ଦୁଃଖ ରେ ।
ଜିତିବା ଆମେ ଜିତିବାରେ ।
କରି ବାଜି ଲଢେଇ ରେ ।
ସବୁ ଭାଇ ଭଉଣୀ ଅଛନ୍ତି ସାଥିରେ ।
କରିଦେବା ଶେଷ ଏହି ଜାତି କୁ ରେ ।
ସେ ସହିଛି ବହୁତ ଅପମାନ ରେ ।
କାହାକୁ ସେ ଭିକ ମାଗୁ ନାହିଁ ରେ ।
ଲଢ଼ୁଛି ନିଜ ଅଧିକାର ପାଇଁ ରେ ।
ଦିନେ ଅନୁମତି ନ ଥିଲା ପଢିବା ପାଇଁ ରେ ।
ଏବେ ସେ ପଢୁଛି ଦିଲ୍ଲୀ ରେ ।
ଜେ.ଏନ.ୟୁ. ରେ କହୁଛି :
ଜୟ ଭୀମ…….ଜୟ ସାବିତ୍ରୀ…..ଜୟ ବିର୍ସା……ଜୟ ଫୁଲେ ରେ !!!
କବି: ଶିଖା; ସେ ହାଇଦ୍ରାବାଦ ର ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରେ ସ୍ନାତକ କରୁଛନ୍ତି। ସେ ଜଣେ କଳିଙ୍ଗ ମିତ୍ର ର ସଦସ୍ୟ।
ଜିତିବାର ଜିଜ୍ଞାସା ଥିଲେ,
ଅସମ୍ଭବ ବି ପାଲଟିବ ସମ୍ଭବ ରେ ।
ଯେତେ କଣ୍ଟା ପଡୁ ତୋ ଚଲା ବାଟେ,
ସବୁ ଦଳିତ ଭାଇ ଭଉଣୀଙ୍କ ଶୁଭକାମନା ଅଛି
ତୋରି ସାଥେ ।
ହାର ମଣିବୁ ନାହିଁ ତୁ କେବେ,
ଲଢ଼ିବୁ ନିଜ ଅଧିକାର
ନିଜ ଜାତି ଭାଇ ଙ୍କ ଉନ୍ନତି ପାଇଁ ରେ ।
ଦିନେ ବଦଳିବ ଆମ ଭବିଷ୍ୟତ ରାଜନୀତିରେ ,
ହେଲେ ତୁ ଯେ.ଏନ.ୟୁ ର ସଭାପତି ରେ ।
…..ଜୟ ଭୀମ…..
କବି: ଭାରତୀ ମଙ୍ଗରାଜ, କଳାହାଣ୍ଡି ।
ଧର୍ କୁଟ୍ କୁଟା, ଧର୍ କୁଟ୍ କୁଟା,
ଧର୍ କୁଟ୍ କୁଟାକରି ପିଟା ।
ଧର୍ ଧୁର୍କୁଟାକରି ପିଟା ।
ଲିଶାନ୍ ପିଟା , ଢୋଲ୍ ପିଟା, ତାସା ପିଟା;
ତାର୍ ଚମଡା ଛିଲି ପିଟା
ଧର୍ କୁଟ୍ କୁଟ୍ଟାକରି ପିଟା ।
ତର ଅନ୍ତି-ପୁଟା କେ ଘିଚି ଦେଖ ବୁଲୁଛେ ପିନ୍ଧି ପଏଁତା,
ଧର୍ କୁଟ୍ କୁଟାକରି ପିଟା ।
ତର୍ ବହି ଖାତା କେ ଚିରି ତତେ କରି ଦେଇଛେ ଛାତିପିଟା
ଧର୍ କୁଟ୍ କୁଟାକରି ପିଟା
ଲିଶାନ୍ ପିଟା , ଢୋଲ୍ ପିଟା, ତାସା ପିଟା;
ତାର୍ ଚମଡା ଛିଲି ପିଟା
ଧର୍ କୁଟ୍ କୁଟ୍ଟାକରି ପିଟା ।
ଧର୍ କୁଟ୍ କୁଟା, ଧର୍ କୁଟ୍ କୁଟା,
ଧର୍ କୁଟ୍ କୁଟାକରି ପିଟା ।
ଧର୍ ଧୁର୍କୁଟାକରି ପିଟା ।
କବି: ଶୁଭ୍ରାଂଶୁ; କଳିଙ୍ଗ ମିତ୍ର ଓ ନିର୍ବେଦ ଓଡିଶା ର ଜଣେ ସଦସ୍ୟ