ଜୀବ ହିଂସାରୁ ମୁ
ରହିବି ଅଲିପ୍ତ,
ପ୍ରତି ପ୍ରାଣୀ ପାଇଁ ଥାଉ
ଦୟା ପ୍ରେମ ପ୍ରୀତି ।
ଏହି ଶିକ୍ଷା ଦିଏ ମତେ
ପଞ୍ଚଶୀଳ ନୀତି ।।
ଅନ୍ୟର ଦରବ ପ୍ରତି
ନ ରହୁ ମୋ ଲୋଭ,
କରିବିନି କେବେ ହେଲେ
ମୁହିଁ ଚୌର୍ଯ୍ୟବୃତ୍ତି ।
ଏହି ଶିକ୍ଷା ଦିଏ ମତେ
ପଞ୍ଚଶୀଳ ନୀତି ।।
ନେବି ନାହିଁ କେବେ
ମିଥ୍ୟାର ଆଶ୍ରୟ,
ଦେବି ନାହିଁ କେବେ
ମିଥ୍ୟା ପ୍ରତିଶୃତି ।
ଏହି ଶିକ୍ଷା ଦିଏ ମତେ
ପଞ୍ଚଶୀଳ ନୀତି ।।
କରିବିନି କେବେ ପ୍ରତାରଣା,
ହେବି ନାହିଁ ବ୍ୟଭିଚାରି
ଲଭିବାକୁ ଶାରୀରିକ ତୃପ୍ତି ।
ଏହି ଶିକ୍ଷା ଦିଏ ମତେ
ପଞ୍ଚଶୀଳ ନୀତି ।।
କରିବିନି ସୁରାପାନ,
ମଦ୍ୟମାଦକ ଦ୍ରବ୍ୟପ୍ରତି
ନ ରଖି ଆସକ୍ତି ।
ଏହି ଶିକ୍ଷା ଦିଏ ମତେ
ପଞ୍ଚଶୀଳ ନୀତି ।।
ମନ ମୋର ସମର୍ପିତ
ବୁଦ୍ଧ ଧମ୍ମ ପ୍ରତି ।।
ନିଜ ଦୀପ ନିଜେ ଜଳାଇବି
ଏହି ଶିକ୍ଷା ଦିଏ ମତେ
ବୁଦ୍ଧଙ୍କର ନୀତି ।।
କବି: ଅଶ୍ବିନି କୁମାର
ସହକାରୀ ଶିକ୍ଷକ
ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ
ଚକଳାପଦର
ଝରିଗାଁ ନବରଙ୍ଗପୁର
2 thoughts on “ପଞ୍ଚଶୀଳ ନୀତି”

Comments are closed.