Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Poetry (କବିତା) • • 1 min read

ହାତ ଠାରି ଡାକେ ସମ୍ବିଧାନ

ରାମ ରାଇଜରେ ଦୁଃଖ ଅଣଚାରେ ହିନ୍ଦୁ ଧର୍ମ ହେବ ସଂସ୍ଥାପନ, ଏ ଦେଶ ମାଟିରେ ମୂଳ ନିବାସୀ ମୋ ପାଉଛନ୍ତି ଘୋର ଅପମାନ l ରାଷ୍ଟ୍ର ଗାନ କରି ହାତେ ଲାଠି ଧରି ଦଙ୍ଗାକୁ କରନ୍ତି ଆବାହନ, ଘୋର ବିପତ୍ତି ଯେ ମାଡି ଆସିଲାଣି ହାତ ଠାରି ଡାକେ ସମ୍ବିଧାନ l.....

ହାତ ଠାରି ଡାକେ ସମ୍ବିଧାନ

ଜାଗରେ ଜାଗରେ ଦଳିତ ସନ୍ତାନ
ଶୋଇ ରହିଥିବ କେତେ ଦିନ,
ଘୋର ବିପତ୍ତି ଯେ ମାଡିଆସିଲାଣି
ହାତ ଠାରି ଡାକେ ସମ୍ବିଧାନ !

ଭାରତ ମାଟିରେ ବିଦେଶୀ ଆର୍ଯ୍ୟ
ହଜାର ବର୍ଷ କୁଶାସନ,
ବାବା ସାହେବଙ୍କ ଲେଖା ସମ୍ବିଧାନ
ଅନ୍ୟାୟର କଲା ଅବସାନ ।

ସ୍ୱତନ୍ତ୍ରତା ନ୍ୟାୟ ସମତା ଭ୍ରାତୃତ୍ବ
ସମାନ ଏ ଦେଶ ଜନଗଣ,
ନର ଅଧିକାର ଦେଲେ କର୍ମବୀର
ଲେଖି ଏ ଦେଶର ସମ୍ବିଧାନ ।

ନ୍ୟାୟର ମହଲ ମାଡିଲେ କୁକୁର
ସମ୍ବିଧାନ କରି ଖୀନ୍ନ ଭିନ୍ନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ ।

ଶିକ୍ଷା ସମ୍ପତ୍ତିରେ ଅବା ଶାସନରେ
ଥିଲା ତମ ଯେଉଁ ଅଧିକାର,
ହିନ୍ଦୁ ଆତଙ୍କୀର ରାମ ରାଜ୍ୟ ସ୍ୱପ୍ନେ
ଦେଶେ ରଚିଲାଣି ହାହାକାର ।

ରାମ ରାଇଜରେ ଦୁଃଖ ଅଣଚାରେ
ହିନ୍ଦୁ ଧର୍ମ ହେବ ସଂସ୍ଥାପନ,
ଏ ଦେଶ ମାଟିରେ ମୂଳ ନିବାସୀ ମୋ
ପାଉଛନ୍ତି ଘୋର ଅପମାନ ।

ରାଷ୍ଟ୍ର ଗାନ କରି ହାତେ ଲାଠି ଧରି
ଦଙ୍ଗାକୁ କରନ୍ତି ଆବାହନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ ।

ଦଳିତ ମସିହା ବୋଧି ସ୍ଵତ୍ତ୍ୱ ବାବା
ଦେଇଛନ୍ତି ବନ୍ଧୁ ତିନି ମନ୍ତ୍ର,
ଶିକ୍ଷା ସଂଗଠନ ସଂଘର୍ଷ କଲେ ହୋ
ସୁରକ୍ଷିତ ହେବ ଗଣତନ୍ତ୍ର ।

ଧମ୍ମ ମାର୍ଗେ ଚଳି କରିବା ଦିନରେ
ପ୍ରବୁଦ୍ଧ ଭାରତ ସଂରଚନା,
ଏ ସାରା ସଂସାରେ ଉଡୁଥିବ ବନ୍ଧୁ
ବୁଦ୍ଧ ବାବା ଙ୍କର ଜୟ ବାନା ।

ହେ ମୂଳ ନିବାସୀ ଆସ ମିଳିମିଶି
ଏକା ଏକା ଥିବା କେତେ ଦିନ,
ଘୋର ବିପତ୍ତି ଯେ ମାଡି ଆସିଲାଣି
ହାତ ଠାରି ଡାକେ ସମ୍ବିଧାନ

  • ଗୋପବନ୍ଧୁ ମହାନନ୍ଦ , ସହକାରୀ ଶିକ୍ଷକ, ପ୍ରକଳ୍ପ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯାମଗାଁ, ସୁନାବେଡା, ନୂଆପଡା
About the Author

nirvedaodisha (ନିର୍ବେଦ ଓଡିଶା)

Writer and contributor at Nirveda Odisha, focusing on anti-caste thought, Ambedkarite Buddhism, and social justice in Odisha.

More articles by nirvedaodisha (ନିର୍ବେଦ ଓଡିଶା) →