Nirveda Odisha Logo
NIRVEDA ODISHA | ନିର୍ବେଦ ଓଡିଶା
ପ୍ରଜ୍ଞା • କରୁଣା • ସମତା | Anti-Caste & Ambedkarite Buddhist Journal
Poetry (କବିତା) • • 1 min read

ମୁ ଜଣେ ଆମ୍ବେଦକରବାଦୀ

ମୁ ଜଣେ ଆମ୍ବେଦକରବାଦୀ
ଲାଗେ ନାହିଁ ମତେ ଶନି ଦଶା କେବେ
ରାହୁ କେତୁ ହୁଅନ୍ତିନି ମୋ ଉପରେ ଲଦି ।।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଲୋଡ଼ା ନାହିଁ ମତେ ଭଜନ କୀର୍ତ୍ତନ ।
ଲୋଡ଼ା ନାହିଁ ପୁରୋହିତ
ମୁ ନୁହେଁ ଯଜମାନ ।।
ଲୋଡ଼ା ନାହିଁ ମତେ ମନ୍ତ୍ର ତନ୍ତ୍ର ବିଦ୍ୟା,
ଜଣାଣ ଭଜନ ଆଉ ଚଉପଦୀ ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଲୋଡ଼ା ନାହିଁ ମତେ କୁଣ୍ଡଳୀ ଜାତକ ।
ଲୋଡ଼ା ନାହିଁ ହୋମ ନିଆଁ
ରାଜଯୋଟକ ।।
ଲୋଡ଼ା ନାହିଁ ଦଶ ଦିଗପାଳ ଆଉ ବାହାବେଦୀ ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ରୁଢିବାଦ କୁ କରି ଅନୁଧ୍ୟାନ ।
ବଢାଏ ମୁ ନିଜ ବିଜ୍ଞାନ ଚିନ୍ତନ ।।
ଲୋଡ଼ା ନାହିଁ ଗୀତା ବାଇବେଲ କୋରାନ ।
ଭାରତୀୟ ସମ୍ବିଧାନ କୁ ଦିଏ ମୁ ସମ୍ମାନ ।।
ବାବା ସାହେବ ଦେଲେ
ମୁକ୍ତିର ଆଲୋକ ଭାରତ ଦେଶେ
ସୂର୍ୟ ପରି ଉଦି ।
ଭାଇ ମୁ ଜଣେ ଆମ୍ବେଦକର ବାଦୀ ।।
ସାହୁଜୀ ଜ୍ୟୋତିବା ସାବିତ୍ରୀ ପେରିୟର ।
ରବିଦାସ କବିର ନାନକ ଆମ୍ବେଦକର ।।
ଏମାନେ ସଭିଏ ମୋହରି ଆଦର୍ଶ ।
ମୁ ମାନବବାଦୀ ଗୌତମଙ୍କ ଶିଷ୍ୟ ।।
ପଞ୍ଚଶୀଳ ନୀତି ଅଷ୍ଟାଙ୍ଗମାର୍ଗ
ମୋ ହୃଦୟରେ ଯାଇଛି ଭେଦି ।
ଭାଇ ମୁ ଜଣେ ଆମ୍ବେଦକରବାଦୀ ।।
ଅଶ୍ବିନି କୁମାର
ସହକରୀ ଶିକ୍ଷକ ।
About the Author

nirvedaodisha (ନିର୍ବେଦ ଓଡିଶା)

Writer and contributor at Nirveda Odisha, focusing on anti-caste thought, Ambedkarite Buddhism, and social justice in Odisha.

More articles by nirvedaodisha (ନିର୍ବେଦ ଓଡିଶା) →